ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ମାନ୍ୟବର ମନ୍ତ୍ରୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଓଡ଼ିଶା ସରକାର

ଡ. ବିଜୟ କେତନ ଉପାଧ୍ୟାୟ, ଭା.ପ୍ର.ସେ.
କମିଶନର ତଥା ଶାସନ ସଚିବ,
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଶ୍ରୀ ଦେବପ୍ରସାଦ ଦାଶ, ଓ.ପ୍ର.ସେ. (ଏସ.ଏସ.)
ସ୍ୱତନ୍ତ୍ର ଶାସନ ସଚିବ ତଥା ନିର୍ଦ୍ଦେଶକ,
ଓଡ଼ିଆ ଭାଷା ପ୍ରତିଷ୍ଠାନ,
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଓଡ଼ିଆ ଭାଷା ପ୍ରତିଷ୍ଠାନ

 

ଓଡ଼ିଆ ଭାଷାକୁ ଏକ ସମର୍ପିତ ଭାବ ନେଇ ସୁରକ୍ଷା, ପ୍ରଚାର, ପ୍ରସାର, ସମ୍ପ୍ରସାରଣ ତଥା ପୃଷ୍ଠପୋଷକତା ପ୍ରଦାନ କରି ଆସୁଥିବା ରାଜ୍ୟ ସରକାର ଏକ ସ୍ୱୟଂଶାସିତ ଅଗ୍ରଣୀ ଅନୁଷ୍ଠାନ ହେଲା 'ଓଡ଼ିଆ ଭାଷା ପ୍ରତିଷ୍ଠାନ' । ଏହା ଆମର ଏକ ଗୌରବମୟ- 'ଉତ୍କଳ ଦିବସ' ଅବସରରେ, ୧ ଅପ୍ରେଲ ୨୦୦୬ ମସିହାରେ ଉଦ୍‍ଘାଟିତ ହୋଇଥିଲା । ପ୍ରାରମ୍ଭରେ ଏହା ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିଲା । ଅଧୁନା ତା.୨୪-୦୬-୨୦୧୫ମସିହା ଠାରୁ ଏହାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ କରାଯାଇଅଛି । ଗୋଟିଏ ସାଧାରଣ ପରିଷଦ ଏବଂ ଗୋଟିଏ ତତ୍‍ସମ୍ପୃକ୍ତ କାର୍ଯ୍ୟନିର୍ବାହୀ କମିଟି ମାଧ୍ୟମରେ ଏହାକୁ ପରିଚାଳନା କରାଯାଇଥାଏ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ମହୋଦୟ ସାଧାରଣ ପରିଷଦର ସଭାପତି ଏବଂ କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥାନ୍ତି ।