ଓଡ଼ିଆ ଭାଷା ପ୍ରତିଷ୍ଠାନ

ଓଡ଼ିଆ ଭାଷାକୁ ଏକ ସମର୍ପିତ ଭାବ ନେଇ ସୁରକ୍ଷା, ସମ୍ପ୍ରସାରଣ ତଥା ପୃଷ୍ଠପୋଷକତା ପ୍ରଦାନ କରି ଆସୁଥିବା ରାଜ୍ୟ ଏକ ସ୍ୱୟଂଶାସିତ ଅଗ୍ରଣୀ ଅନୁଷ୍ଠାନ ହେଲା ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ । ଏହା ଆମର ଏକ ଗୌରବମୟ- ‘ଉତ୍କଳ ଦିବସ' ଅବସରରେ, ୧ ଅପ୍ରେଲ ୨୦୦୬ ମସିହାରେ ଉଦ୍‍ଘାଟିତ ହୋଇଥିଲା । ପ୍ରାରମ୍ଭରେ ଏହା ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିଲା । ଅଧୁନା ତା.୨୪-୦୬-୨୦୧୫ମସିହା ଠାରୁ ଏହାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ କରାଯାଇଅଛି । ଗୋଟିଏ ସାଧାରଣ ପରିଷଦ ଏବଂ ଗୋଟିଏ ତତ୍‍ସମ୍ପୃକ୍ତ କାର୍ଯ୍ୟନିର୍ବାହୀ କମିଟି ମାଧ୍ୟମରେ ଏହାକୁ ପରିଚାଳନା କରାଯାଇଥାଏ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ମହୋଦୟ ସାଧାରଣ ପରିଷଦର ସଭାପତି ଏବଂ କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥାନ୍ତି । ଓଡ଼ିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ହେଲେ ଏହି କାର୍ଯ୍ୟନିର୍ବାହୀ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ।

ଶ୍ରୀ ମୋହନ ଚରଣ ମାଝୀ
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା
ଶ୍ରୀ ସୂର୍ଯ୍ୟବଂଶୀ ସୁରଜ
ମାନ୍ୟବର ମନ୍ତ୍ରୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
ଓଡ଼ିଶା ସରକାର
ଶ୍ରୀମତି ଶାଳିନୀ ପଣ୍ଡିତ୍, ଭା.ପ୍ର.ସେ
କମିସନର ତଥା ଶାସନ ସଚିବ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଓଡ଼ିଶା ସରକାର
ଶ୍ରୀଯୁକ୍ତ ଦିଲୀପ ରାଉତରାଏ (ଭା.ପ୍ର.ସେ.)
ନିର୍ଦ୍ଦେଶକ
ଓଡ଼ିଆ ଭାଷା ପ୍ରତିଷ୍ଠାନ